ମାନନୀୟ ,
ଶ୍ରୀଯୁକ୍ତ ମୈତ୍ରେୟୀ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସର ପରିଚାଳକ
( ମହୋଦୟ……………….. ସମୀପେଷୁ । )
ମହାଶୟ ,
ନିବେଦ୍ୟ ଏହିକି , ଘରେ ମୋ ମାଆଙ୍କ ଦେହ ଭୀଷଣ ଅସୁସ୍ଥ ଥିବା କଥା ବାପା ମୋ ପାଖକୁ ପତ୍ରଦ୍ଵାରା ଜଣାଇଛନ୍ତି । ଏଣୁ ମାଆଙ୍କୁ ଦେଖିବାପାଇଁ ମୋ ମନ ବଡ଼ ଅଥୟ ହେଉଛି ଏବଂ ପଢ଼ାପଢ଼ିରେ ବା ଅନ୍ୟ କୌଣସି କାମରେ ମନ ଲାଗୁ ନାହିଁ । ମାଆ ମଧ୍ୟ ମୋତେ ଦେଖିବାପାଇଁ ବ୍ୟସ୍ତ ହେଉଥିବା କଥା ବାପା ପତ୍ରରେ ଜଣାଇଛନ୍ତି ।
ଏଣୁ ବିନୀତ ଅନୁରୋଧ କରେକି , ଆପଣ ମୋତେ ତିନିଦିନ ପାଇଁ ଘରକୁ ଯିବାକୁ ଅନୁମତି ପ୍ରଦାନ କଲେ ମୁଁ ବିଶେଷ ଉପକୃତ ହେବି I
| ଇତି |
ଆପଣଙ୍କର ଆଜ୍ଞାଧୀନ ମୈତ୍ରେୟୀ ଉଚ୍ଚବିଦ୍ୟାଳୟର ଛାତ୍ରାବାସ ପିତାମ୍ବର ମିଶ୍ର
ତା . ୯.୧୦ , ୨୦୧୮ ୯ ମ ଶ୍ରେଣୀ (କ)
ରୋଲ ନଂ -୭