ପ୍ରାପ୍ତେଷୁ : ମାନନୀୟ ,
ଶ୍ରୀଯୁକ୍ତ ପ୍ରଧାନଶିକ୍ଷକ , ସର୍ବେଶ୍ଵର ଉଚ୍ଚ ଇଂରାଜୀ ବିଦ୍ୟାଳୟ ,
ଗୋପୀନାଥପୁର , କଟକ
ବିଷୟ : ୫ ଦିନ ଅନୁପସ୍ଥିତି ପାଇଁ ଆବେଦନ ।
( ମହୋଦୟ………………………….ସମୀପେଷୁ । )
( ଶ୍ରେଣୀ ଶିକ୍ଷକଙ୍କ ଜରିଆରେ )
ମହାଶୟ,
ନିବେଦନର ଅଭିପ୍ରାୟ ଏହିକିଯେ , ମୋର ଜଣେ ଦୂରସମ୍ପର୍କୀୟ ଭଉଣୀଙ୍କର ବିବାହ ଉତ୍ସବ ଆସନ୍ତା ତା ୨୪.୧୧.୨୦୧୮ ରିଖ ଦିନ ଅନୁଷ୍ଠିତ ହେବ । ଆମ ଘରଠାରୁ ତାଙ୍କ ଘର ପ୍ରାୟ ୧୨୦ କି.ମି. ଅଟେ । ବାପା , ମାଆ ଓ ବଡ଼ଭାଇଙ୍କ ସହିତ ଆମ୍ଭ ସମସ୍ତଙ୍କୁ ସେହି ବିବାହ ଉତ୍ସବରେ ଯୋଗଦେବାର ଅଛି । ଏଣୁ ମୁଁ ତା . ୨୩ . ୧୧ , ୨୦୧୮ ରିଖ ଠାରୁ ୨୭.୧୧.୨୦୧୮ ରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ପାଇଁ ଶ୍ରେଣୀରେ ଅନୁପସ୍ଥିତ ରହିବି
ଅଧୀନ ବିନୀତ ପ୍ରାର୍ଥନା କରେକି , ଆପଣ ଦୟାପରବଶ ହୋଇ ଉପରୋକ୍ତ ପାଞ୍ଚଦିନ ଛୁଟି ମଞ୍ଜୁର କଲେ ମୁଁ ଚିରୋପକୃତ ହେବି ।
॥ ଇତି ॥
ଆପଣଙ୍କର ଆଜ୍ଞାଧୀନ ଛାତ୍ର ସର୍ବେଶ୍ୱର ଉଚ୍ଚ ଇଂରାଜୀ ବିଦ୍ୟାଳୟ ଗୋପୀନାଥପୁର
ତା . ୨୨.୧୧.୨୦୧୮ ରଘୁନନ୍ଦନ ମହାପାତ୍ର
୧୦ମ ( କ )
ରୋଲ ନଂ . ୧୯