ମାନନୀୟ ,
ଶ୍ରୀଯୁକ୍ତ ପ୍ରଧାନଶିକ୍ଷକ , ହାଡ଼ିବନ୍ଧୁ ବିଦ୍ୟାପୀଠ , କଟକ
ମହୋଦୟ ……………………ସମୀପେଷୁ ।
ମହାଶୟ,
ନିବେଦନ ଏହି କି , ଆପଣଙ୍କ ସ୍କୁଲର ଆମେ ଅଷ୍ଟମଶ୍ରେଣୀରୁ ଦଶମ ଶ୍ରେଣୀଯାଏ ସମସ୍ତ ଛାତ୍ରଛାତ୍ରୀ ଆପଣଙ୍କ ଗୋଚରାର୍ଥେ ଜଣାଉଅଛୁ ଯେ , ଚଳିତବର୍ଷ ବିଦ୍ୟାଦାୟିନୀ ସୁକ୍ଲାମ୍ବରା ଦେବୀ ସରସ୍ଵତୀଙ୍କର ଆରାଧନା ଉତ୍ସବ ଆସନ୍ତା ଜାନୁଆରୀ ୨୩ ତାରିଖରେ ଅନୁଷ୍ଠିତ ହେବ । ଏବର୍ଷ ଜାକଜମକ ଭାବରେ ଆମ ବିଦ୍ୟାଳୟ ପରିସରରେ ଆମେ ଉକ୍ତ ଶ୍ରୀପଞ୍ଚମୀକୁ ପାଳନ କରିବାକୁ ଚାହୁଁଛୁ । ପୂଜା ନିମିତ୍ତ ମୂର୍ତ୍ତି ଆନୟନ , ମେଢ଼ ସଜୀକରଣ , ମଣ୍ଡପମଣ୍ଡନ , ପୂଜାଗୃହ ପରିଶୋଭନ , ପ୍ରସାଦସେବନ , ମନୋରଞ୍ଜନ ତଥା ଚାନ୍ଦା ଆଦାୟ ଆଦି ବିଷୟରେ ଟିକିନିଖି ଆଲୋଚନା ପାଇଁ ଆଜି ୫ମ ପିରିୟର୍ଡ଼ ପରେ ଆମ ବିଦ୍ୟାଳୟ ହଲ୍ରେ ଏକ ଆଲୋଚନା ସଭା ଡାକିବାକୁ ଆମେ ଆପଣଙ୍କୁ ଅନୁରୋଧ କରୁଅଛୁ ।
ତେଣୁ , ଆପଣ ଦୟା ପରବଶ ପୂର୍ବକ ଉକ୍ତ ସଭାପାଇଁ ଅନୁମତି ପ୍ରଦାନ କରିବା ସହିତ ସବୁ ଶିକ୍ଷକମାନଙ୍କ ଗହଣରେ ଉକ୍ତ ସଭାରେ ଉପସ୍ଥିତ ରହିଲେ ଆମ୍ଭେ ଚିରୋପକୃତ ହେବୁ ।
।। ଇତି ।।
ଆପଣଙ୍କର ଆଜ୍ଞାଧୀନ ଛାତ୍ରଛାତ୍ରୀ
ଶ୍ରୀ ରଞ୍ଜନ କୁମାର ପଣ୍ଡା ,ମନିଟର ,ଦଶମ
ହାଡ଼ିବନ୍ଧୁ ବିଦ୍ୟାପୀଠ ଶ୍ରୀ ଜଗବନ୍ଧୁ ପଲାଇ ,ମନିଟର ,ନବମ
ତା . ଶ୍ରୀ ଜୟନାରାୟଣ ସାହୁ ,ମନିଟର ,ଅଷ୍ଟମ