Odisha
+918144473568
info@odishaguru.com

 ତୁମ ଭଉଣୀର ବିବାହ ଉତ୍ସବ ଉପଲକ୍ଷେ ପାଞ୍ଚ ଦିନ ଛୁଟି ମଞ୍ଜୁର କରିବାପାଇଁ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ । 

No. 1 Education Website Of Odisha

ମାନନୀୟ

            ଶ୍ରୀଯୁକ୍ତ ପ୍ରଧାନଶିକ୍ଷକ

             ପାଟକୁରା ହାଇସ୍କୁଲ , ପାଟକୁରା

             ( ମହୋଦୟ………………. ସମୀପେଷୁ । )

              ବିଷୟ : ଚାନ୍ଦିପୁର ପରିଦର୍ଶନପାଇଁ ଅନୁମତି ପ୍ରଦାନ ନିମନ୍ତେ ପ୍ରାର୍ଥନା ।

ମହାଶୟ ,

           ସମ୍ମାନ ଓ ନମ୍ରତାର ସହିତ ଜଣାଉଅଛୁ ଯେ , ଆମ୍ଭ ଅଷ୍ଟମଠାରୁ ଦଶମ ଶ୍ରେଣୀ ଏର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଆସନ୍ତା ରବିବାର ଡିସେମ୍ବର ୨୧ ତାରିଖ ଦିନ ଚାନ୍ଦିପୁରକୁ ପରିଭ୍ରମଣରେ ଯିବାପାଇଁ ଆପଣଙ୍କୁ ବିନୀତ ନିବେଦନ କରୁଅଛୁ ।

           ପରିଭ୍ରମଣ ଆମର ରୁଟିନବନ୍ଧା । ଏହାଦ୍ଵାରା ନୂତନ ସ୍ଥାନ ଦର୍ଶନରେ ଆମର ଭୌଗୋଳିକ ଅନୁଭୂତି ମଧ୍ୟ ସମୃଦ୍ଧ ହୁଏ । ସବୁଦୃଷ୍ଟିରୁ ବିଚାର କରି ଆମ୍ଭେମାନେ ଚଳିତବର୍ଷ ବଙ୍ଗୋପସାଗର ବେଳାରେ ଅବସ୍ଥିତ ରମଣୀୟ ସ୍ଥାନ ଚାନ୍ଦିପୁର ଯିବାକୁ ସ୍ଥିର କରିଅଛୁ । ଚାନ୍ଦିପୁରରେ ଆମେ ସାଗର ସୈକତରେ ଊର୍ମି ବିକ୍ଷୁବ୍ଧ ଉପକୂଳ , ଗୋଳାବାରୁଦ କାରଖାନା , ଆଇ.ଟି.ଆର ଅଞ୍ଚଳ , ବଳରାମଗୁଡ଼ି ମତ୍ସ୍ୟକେନ୍ଦ୍ର ଓ ସର୍ବୋପରି ଦିଗନ୍ତବିସ୍ତୃତ ଝାଉଁବଣର ମର୍ମର ମଧୁର ପରିବେଶ ଉପଭୋଗ କରିବାପାଇଁ ଚାହୁଁଅଛୁ । ଏଥିପାଇଁ ଆବଶ୍ୟକୀୟ ଅର୍ଥ , ଖାଦ୍ୟ ଓ ଗମନାଗମନର ପ୍ରସ୍ତୁତି ଆମେ କରିସାରିଛୁ । ଆମର ସମ୍ମାନାସ୍ପଦ ଶିକ୍ଷଳ ଏବଂ ଶିକ୍ଷୟିତ୍ରୀମାନେ ମଧ୍ୟ ଦାୟିତ୍ଵ ନେଇ ଆମ ଗହଣରେ ଯିବାପାଇଁ ସମ୍ମତି ପ୍ରକାଶ କରିଛନ୍ତି ।

                     ତେଣୁ ବିନୀତ ପ୍ରାର୍ଥନା , ଆପଣ ସଦୟ ହୃଦୟ ହୋଇ ଉକ୍ତ ପରିଭ୍ରମଣପାଇଁ ମଞ୍ଜୁରୀ ପ୍ରଦାନ କଲେ , ଆମ୍ଭେମାନେ ଆପଣଙ୍କ ନିକଟରେ ଚିରରଣୀ ହୋଇ ରହିବୁ ।

                                                                                                         ॥ ଇତି ॥

                                                                                              ଆପଣଙ୍କର ଆଜ୍ଞାଧୀନ ଛାତ୍ରଛାତ୍ରୀ

ପାଟକୁରା ହାଇସ୍କୁଲ ତା . ୮.୧୨.୨୦୧୮

                                                                                             ଶ୍ରୀ ରଞ୍ଜନ କୁମାର ପଣ୍ଡା, ମୋନିଟର ଦଶମ

                                                                                             ଶ୍ରୀ ଜଗବନ୍ଧୁ ପଲାଇ, ମନିଟର ନବମ

Leave a Reply

Your email address will not be published.