ମାନନୀୟ ,
ଶ୍ରୀଯୁକ୍ତ ପ୍ରଧାନଶିକ୍ଷକ ,
ପୁରୀ ଜିଲ୍ଲା ସ୍କୁଲ , ପୁରୀ
ମହୋଦୟ …………………ସମୀପେଷୁ ।
( ଶ୍ରେଣୀ ଶିକ୍ଷକଙ୍କ ଜରିଆରେ । )
ବିଷୟ : ଛାତ୍ରାବାସରେ ସ୍ଥାନପାଇଁ ପ୍ରାର୍ଥନା ।
ମହାଶୟ ,
କୃତାଞ୍ଜଳିପୁଟରେ ନିବେଦନ କରିବାର ଅଭିପ୍ରାୟ ଏହିକି ଯେ , ମୁଁ ଆପଣଙ୍କ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼େ । ଆମ ପରିବାର ଏକ ଦରିଦ୍ର ପରିବାର ହୋଇଥିବାରୁ ବାପା ମୋ ’ ପାଇଁ ସ୍କୁଲ ଆସିବାକୁ ସାଇକେଲ ଖଣ୍ଡେ ବନ୍ଦୋବସ୍ତ କରିବାରେ ସମ୍ପୂର୍ଣ ଅକ୍ଷମ ଅଟନ୍ତି । ଆମ ଘର ସ୍କୁଲଠାରୁ ୭ କି.ମି. ଦୂର ହୋଇଥିବାରୁ ଯିବା ଆସିବାରେ ମୋର ଗୁଡ଼ିଏ ସମୟ ନଷ୍ଟ ହେଉଛି । ପଥକ୍ଳାନ୍ତି ହେତୁ ଘରେ ମଧ୍ୟ ଠିକ୍ ଭାବେ ପଢ଼ାପଢ଼ି କରିପାରୁ ନାହିଁ ।
ଏଣୁ ସବିନୟ ଅନୁରୋଧ , ମୋର ଦୁଃଖକଥା ହୃଦ୍ବୋଧ କରି ବିଦ୍ୟାଳୟର ଛାତ୍ରାବାସରେ ଗୋଟିଏ ସ୍ଥାନ ଦେବାର ସୁଦୟା କଲେ ମୁଁ ଚିରକୃତଜ୍ଞ ହୋଇ ରହିବି ।
II ଇତି II
ଆପଣଙ୍କ ଆଜ୍ଞାଧୀନ
ପୁରୀ ଜିଲ୍ଲା ସ୍କୁଲ , ପୁରୀ ଶ୍ରୀ ଅରବିନ୍ଦ ଓଝା
ନବମ ଶ୍ରେଣୀ