ମାନନୀୟ,
ଶ୍ରୀଯୁକ୍ତ ପ୍ରଧାନଶିକ୍ଷକ , ହରିହର ଉଚ୍ଚ ବିଦ୍ୟାଳୟ , କୁଆଁରମୁଣ୍ଡା
କେନ୍ଦ୍ରାପଡ଼ା ଉପଖଣ୍ଡ , କେନ୍ଦ୍ରାପଡ଼ା
ବିଷୟ : ପୁସ୍ତକାଗାରରୁ ବହି ନିମନ୍ତେ ।
ମହୋଦୟ ……………ସମୀପେଷୁ
( ଶ୍ରେଣୀ ଶିକ୍ଷକଙ୍କ ଜରିଆରେ )
ମହାଶୟ ,
ନିବେଦନର ଅଭିପ୍ରାୟ ଏହିକି ଯେ ମୁଁ ଚିନ୍ମୟ କୁମାର ପଟେଲ ୯ମ ( କ ) , ରୋଲ୍ ୧୦ ଏକ ଗରିବ ଛାତ୍ର ଅଟେ । ଆମ୍ବ ପରିବାରରେ ବାପାଙ୍କ ବ୍ୟତୀତ ଆଉ କେହି ଉପାର୍ଜନ କରୁ ନାହାନ୍ତି । ତାଙ୍କ ଆୟ ବହୁତ କମ୍ । ମୋ ପାଖରେ ପଢ଼ା ବହି ନ ଥିବାରୁ ମୁଁ ଠିକ୍ ଭାବରେ ପାଠ ପଢ଼ିପାରୁ ନାହିଁ ଏବଂ ଗୃହକର୍ମଗୁଡ଼ିକ ଲେଖି ଜମା ଦେଇପାରୁ ନାହିଁ । ଆମ୍ବ ବିଦ୍ୟାଳୟରେ ଥିବା ପୁସ୍ତକାଗାରରୁ କିଛି ପାଠ୍ୟ ପୁସ୍ତକ ମୋତେ ପ୍ରଦାନ କଲେ ମୁଁ ଆଦର୍ଶ ଛାତ୍ର ଭାବରେ ବିଦ୍ୟାଳୟର ସୁନାମ ରକ୍ଷାରେ ସହାୟକ ହେବି ବୋଲି ଆଶା କରେ ।
ଏଣୁ ବିନୀତ ପ୍ରାର୍ଥନା କରେକି ଆପଣ ଦୟାପରବଶ ହୋଇ ମୋତେ ପାଠ୍ୟ ପୁସ୍ତକ ଯୋଗାଇ ଦେବାର ବ୍ୟବସ୍ଥା କଲେ ଚିରୋପକୃତ ହେବି I
॥ ଇତି ॥
ଆପଣଙ୍କ ଆଜ୍ଞାଧୀନ ଛାତ୍ର
ଚିନ୍ମୟ କୁମାର ପଟେଲ
୯ମ ( କ )
ରୋ. ନଂ. – ୧୦