ମାନନୀୟ ,
ଶ୍ରୀଯୁକ୍ତ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହୋଦୟ
( ଶ୍ରେଣୀ ଶିକ୍ଷକଙ୍କ ଜରିଆରେ )
ବିଷୟ : ଦୁଇଦିନ ଛୁଟି ମଞ୍ଜୁର ନିମିତ୍ତ ପ୍ରାର୍ଥନା ।
ମହାଶୟ ,
ନିବେଦନର କାରଣ ଏହିକି ଯେ , ମୋର ରୋଗୀଣା ମାତାଙ୍କ ସେବା ନିମନ୍ତେ ତା , ୨୦.୧.୨୦୧୮ ଓ ୨୧.୧.୨୦୧୮ ରିଖ ଦୁଇଦିନ ମୋତେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଦିନ ଓ ରାତି ରହିବାକୁ ପଡ଼ିଲା । ଫଳତଃ ସେହି ଦୁଇଦିନ ମୁଁ ଶ୍ରେଣୀରେ ଅନୁପସ୍ଥିତ ରହିଲି ।
ଏଣୁ ବିନୀତ ପ୍ରାର୍ଥନା କରେକି , ଆପଣ ଦୟାପରବଶ ହୋଇ ଉକ୍ତ ଦୁଇଦିନ ଛୁଟି ମଞ୍ଜୁର କଲେ , ମୁଁ ଆପଣଙ୍କଠାରେ ଚିରଋଣୀ ହୋଇ ରହିବି ।
।। ଇତି ।।
ଆପଣଙ୍କର ଆଜ୍ଞାଧୀନ ଛାତ୍ର
କୁଶଳେଶ୍ଵର ଉଚ୍ଚବିଦ୍ୟାଳୟ ନାମ – ହରେକୃଷ୍ଣ ଦାସ
ତା-୨୨. ୧. ୨୦୧୮ ଶ୍ରେଣୀ – ୯ ମ
ରୋ ନଂ . – ୨୮
ଅଭିଭାବକଙ୍କ ସ୍ଵାକ୍ଷର :