ମାନନୀୟ
ଶ୍ରୀଯୁକ୍ତ ପ୍ରଧାନ ଶିକ୍ଷକ , ବିରଜା ହାଇସ୍କୁଲ , ଯାଜପୁର
ମହୋଦୟ ………………..ସମୀପେଷୁ ।
ବିଷୟ : କ୍ରୀଡ଼ା ପ୍ରତିଯୋଗିତାପାଇଁ ଅନୁମତି ପ୍ରାର୍ଥନା ।
ମହାଶୟ ,
ବିନମ୍ରତାର ସହିତ ନିବେଦନ ଏହିକି , ଆମ୍ଭେ ଆପଣଙ୍କ ବିଦ୍ୟାଳୟର ଦଶମ – କ ଓ ଦଶମ – ଖ ଶ୍ରେଣୀର ଛାତ୍ରମାନେ ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରମାନଙ୍କ ସହିତ ଏକ ବନ୍ଧୁତ୍ଵପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଆସନ୍ତାକାଲି ଅପରାହ୍ନ ୩ ଘଟିବା ସମୟରେ ଖେଳିବାକୁ ଚାହୁଁଛୁ । ଆମରି ସ୍କୁଲ ପଡ଼ିଆରେ ଖେଳ ହେବ ଏବଂ ଖେଳ ପରିଚାଳନା କରିବାପାଇଁ ଆମ ଖେଳ ଶିକ୍ଷକ ତାଙ୍କର ସଦୟ ସ୍ଵୀକୃତି ଦେଇଛନ୍ତି । ଏହି ଖେଳ ହେବାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବ ବୃଦ୍ଧି ପାଇବ । ଖେଳାଳିମାନେ ନିଜର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ଏବଂ ଖେଳ ଦେଖୁଥିବା ଅନ୍ୟ ଛାତ୍ରଛାତ୍ରୀମାନେ ପ୍ରଫୁଲ୍ଲିତ ହେବେ ।
ତେଣୁ ବିନୀତ ପ୍ରାର୍ଥନା କରୁକି ଆପଣ ଦୟାପରବଶ ହୋଇ ଏହି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବାପାଇଁ ଆମ୍ଭମାନଙ୍କୁ ଅନୁମତି ପ୍ରଦାନ କଲେ , ଆମ୍ଭେମାନେ ଆପଣଙ୍କ ନିକଟରେ ଚିର-ଉପକୃତ ହୋଇରହିବୁ ।
।। ଇତି ।।
ଆପଣଙ୍କର ଆଜ୍ଞାଧୀନ ଛାତ୍ରଛାତ୍ରୀ
ବିରଜା ହାଇସ୍କୁଲ ଯାଜପୁର ସୁରେନ୍ଦ୍ର ଗଡ଼ନାୟକ ,ମନିଟର ,ଦଶମ (କ )
ତା . ୮.୧୨ , ୨୦୧୮ ସୁସାନ୍ତ ସାହୁ ,ମନିଟର ,ଦଶମ (ଖ )