Odisha
+918144473568
info@odishaguru.com

ସାଧାରଣତନ୍ତ୍ର ଦିବସ ଭାଷଣ 2021

No. 1 Education Website Of Odisha

“ରତ୍ନାକରା ଧୌତପଦାଂ  ହିମାଳୟୋ କିରୀଟିନିମ୍

ବ୍ରହ୍ମ ରାଜର୍ଷି ରତ୍ନାଢ଼୍ୟାଂ ବନ୍ଦେ ଭାରତ ମାତରମ୍ ।।”

             ପରମ ବନ୍ଦନୀୟା ଭାରତମାତା, ଏକତା ସମତା ଶାନ୍ତି ପ୍ରଗତି ଜାତୀୟ ସ୍ୱାଭିମାନର ପ୍ରତୀକ ତ୍ରୀରଙ୍ଗା ପତାକା। ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ସଭାର ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ତଥା  ସମବେତ ବୀର ପ୍ରସବିନୀ ଭାରତମାତାର ଜାଗ୍ରତ ଉତ୍ତର ଦାୟାଦଗଣ ।

ଆଜିର ଏହି ପବିତ୍ର ଦିବସରେ ସମସ୍ତଙ୍କୁ ମୋର  ଆନ୍ତରିକ ଅଭିନନ୍ଦନ ଓ ଆବେଗ ଭରା ଆହ୍ୱାନ ।

       ଆମେ ସମସ୍ତେ ଜାଣୁ ଆମ ପ୍ରିୟ ମାତୃଭୂମି ଭାରତ ବର୍ଷ ଆମ ମାନଙ୍କର ଏକତାର ଅଭାବ ଏବଂ ଶାସକ(ରାଜା) ମାନଙ୍କର ବିଳାସ ପ୍ରିୟତା ତଥା ସ୍ୱାର୍ଥପରତା ଯୋଗୁଁ ଦୀର୍ଘ ଦୁଇଶହ ବର୍ଷ ଧରି ଇଂରେଜ ଶାସନାଧିନ ଥିଲା ।

ଝାନସିରାଣୀ ଲଷ୍ମୀବାଈଙ୍କ ଠାରୁ ଆରମ୍ଭ କରି ନେତାଜୀ ସୁବାସ ବୋଷଙ୍କ ଭଳି ଅନେକ ଜଣା ଅଜଣା ବୀରାଙ୍ଗନା ବୀରପୁରୁଷଙ୍କର ବଳିଦାନରେ ଏ ଦେଶ ସ୍ଵାଧୀନ ହେଲା ୧୯୪୭ ମସିହା  ଅଗଷ୍ଟ ୧୫ ତାରିଖରେ । କିନ୍ତୁ ସ୍ଵାଧୀନ ଭାରତର ଶାସନ ପରିଚାଳନା ପାଇଁ ନଥିଲା ନିଜସ୍ୱ ସମ୍ବିଧାନ । ତେଣୁ ବାଧ୍ୟ ହୋଇ ବ୍ରିଟେନର ସମ୍ବିଧାନ ଅନୁଯାୟୀ ଆମର ଶାସନ ଚାଲୁଥିଲା ।

ବ୍ରିଟିଶ ଇଣ୍ଡିଆର ଶେଷ ବଡ଼ଲାଟ ଲର୍ଡ଼ ମାଉଣ୍ଟ ବ୍ୟାଟେନଙ୍କ ସ୍ଥାନରେ ଚକ୍ରବର୍ତ୍ତୀ ସି. ରାଜ ଗୋପାଲଚାରୀ ସ୍ଵାଧୀନ ଭାରତର ପ୍ରଥମ ଏବଂ ଶେଷ ବଡ଼ଲାଟ ହେଲେ । ଲର୍ଡ଼ ମାଉଣ୍ଟ ବ୍ୟାଟେନ ମଧ୍ୟବର୍ତ୍ତୀ କାଳୀନ ସରକାରର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହୁରୁଙ୍କୁ ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରାଇବା ପରେ ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ହସ୍ତାନ୍ତର ହେଲା।

  ଯଦିଓ ଦେଶର ସ୍ଵାଧୀନତା ଘୋଷିତ ହେବା ପୂର୍ବରୁ ୧୯୪୬ ମସିହା ଡିସେମ୍ବର ୯ ତାରିଖରୁ ସମ୍ବିଧାନ ସଭା ଗଠିତ ହୋଇ ସମ୍ବିଧାନ ପ୍ରଣୟନ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ତାହା ସମ୍ପୂର୍ଣ୍ଣ ହେବା ପାଇଁ ଦୀର୍ଘ ଦୁଇବର୍ଷ ୧୧ମାସ ୧୮ଦିନ ସମୟ ଲାଗିଥିଲା   ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ୩୯୫ଟି ଧାରା ଏବଂ ୧୦ଟି ଅନୁସୂଚୀ ବିଶିଷ୍ଟ ବିଶ୍ୱର ସର୍ବ ବୃହତ ଲିଖିତ ସମ୍ବିଧାନ ପ୍ରସ୍ତୁତି ହୋଇ ଗୃହୀତ ହୋଇଥିଲା।

ସମ୍ବିଧାନ -ସମ୍ୟକ ବିଧାନ ଅର୍ଥାତ ଆଇନର ଶାସନ – ଶାସନ ଖସଡ଼ା -ନୀତି ନିୟମ ପ୍ରଣୀତ ଗ୍ରନ୍ଥ ସମ୍ବିଧାନ ପ୍ରଣୟନ ସଭାର ଅଧ୍ୟକ୍ଷ ଥିଲେ ଡକ୍ଟର ଭୀମରାଓ ଆମ୍ବେଦକର। ତାଙ୍କ ଛଡା ସମ୍ବିଧାନ ପ୍ରଣୟନ ସଭାର ଅନ୍ୟ ଯେଉଁ ସଦସ୍ୟ ଥିଲେ ନିଜ ନିଜର ପ୍ରତିଭା, ଦକ୍ଷତା ,ଯୋଗ୍ୟତା ଏବଂ ଅଭିଜ୍ଞତା ବଳରେ ସମ୍ବିଧାନର ଚୂଡାନ୍ତ ପ୍ରସ୍ତୁତିକୁ ସମ୍ଭବ ଓ ମୁଲ୍ୟଯୁକ୍ତ କରାଇ ପାରିଥିଲେ।

ସେମାନଙ୍କର ଭିତରେ ଥିଲେ ଡ଼. ରାଜେନ୍ଦ୍ର ପ୍ରସାଦ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ , କେ.ଏମ. ମୁନ୍ସୀ, ବିଜୟଲକ୍ଷ୍ମୀ ପଣ୍ଡିତ, ସୁଚେତା କୃପାଳିନୀ ଓ ଶ୍ୟାମା ପ୍ରସାଦ ମୁଖାର୍ଜୀ ପ୍ରମୂଖ। ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ ଗୃହୀତ ହୋଇ ୧୯୫୦ ମସିହା ଜାନୁଆରୀ ୨୬ରେ  କାର୍ଯ୍ୟକାରୀ ହେବା ପଛରେ ଐତିହାସିକ କାରଣ ରହିଛି ।

ଜାନୁଆରୀ ୨୬ ଦିନଟିର ତାତ୍ପର୍ଯ୍ୟ ହେଉଛି ଯେ ଦେଶ ସ୍ଵାଧୀନ ପୂର୍ବରୁ ୧୯୩୦ ନିଖିଳ ଭାରତ କଂଗ୍ରେସ କମିଟିର ଲାହୋର  ଅଧିବେଶନରେ ବ୍ୟବସ୍ଥା ସଭାକୁ ବର୍ଜନ କରିବା ସହ ପୂର୍ଣ୍ଣ ସ୍ୱରାଜ ଦାବି ପ୍ରସ୍ତାବ ଗୃହୀତ ହୋଇ ଜାନୁଆରୀ ୨୬ ରେ ପରାଧିନ ଭାରତର ପ୍ରଥମ ସ୍ଵାଧୀନତା ଦିବସ ପାଳିତ ହୋଇଥିଲା । ୧୯୩୦ ମସିହା ଲବଣ ସତ୍ୟାଗ୍ରହ ବେଳେ ଲବଣ ଆଇନ ଭାଙ୍ଗି ମହାତ୍ମା ଗାନ୍ଧୀ ଗିରଫ ହୋଇ ୟେର ୱାଡା  ଜେଲ ରେ ଥିଲେ ।

୧୯୩୧ ଜାନୁଆରୀ ୨୬ ରେ ସେ କାରମୁକ୍ତ ହେଲେ ଏବଂ ସ୍ୱାଧୀନତା ପାଳନ ଉତ୍ସବ ରେ ଯୋଗଦେଲେ ।  ଏହି ୧୯୩୧ ଜାନୁଆରୀ ୨୬ ରେ ନିଖିଳ ଭାରତ କଂଗ୍ରେସ କମିଟିର କରାଚି ଅଧିବେଶନରେ ସର୍ବ ପ୍ରଥମେ ତ୍ରୀରଙ୍ଗା ପତାକାର ଉଡ୍ଡୟନ  ହୋଇଥିଲା। ୧୯୩୨ ଜାନୁଆରୀ ୨୫ ମଧ୍ୟରାତ୍ରୀରେ ମାଡ୍ରାସର ଜଣେ ସାହସୀ ଯୁବକ ସେଠାରେ ଥିବା ବ୍ରିଟିଶ ସେନାର ମୁଖ୍ୟ ଦପ୍ତର ଫୋର୍ଟ ସେଣ୍ଟ ଜର୍ଜ ଭିତରେ ଛଦ୍ମ ବେଶରେ ପ୍ରବେଶ କରି ସାତ ଫୁଟ ଲମ୍ବ ଓ ସାଢ଼େ ୪ଫୁଟ ଚଉଡାର ଜାତୀୟ ପତାକା ଧରି ,

ରାତ୍ରୀର ଘନ ଅନ୍ଧକାରରେ ସେଠାରେ ଥିବା ୨୦୦ ଫୁଟ ଉଚ୍ଚର ୱେୟାର ଲେସ୍  ଟ୍ରାନ୍ସମିଶନ ଟାୱାର ଉପରକୁ ଚଢି ଜାତୀୟ ପତାକାକୁ ବାନ୍ଧି ଦେଇଥିଲେ । ସେହି ପତାକା ଉପରେ ଲେଖିଦେଇଥିଲେ “ଆଜିଠାରୁ ଭାରତ ତାର ଶ୍ୱାସକ୍ରିୟା ପାଇଁ ସ୍ଵାଧୀନତାର ପବନ ଗ୍ରହଣ କରିବ”।

୨୬ ତାରିଖ ସକାଳେ ସମଗ୍ର ମାଡ୍ରାସ ସହରର  ଲୋକେ ଦେଖିଥିଲେ ସେନା ଛାଉଣୀ ଉପରେ ଉଡୁଥିବା ତ୍ରୀରଙ୍ଗା ପତାକାକୁ । ଏହି ଘଟଣା ସେତେବେଳେ ଆଲୋଡନ ସୃଷ୍ଟି କରିଥିଲା । ସ୍ଵାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ପ୍ରତି ଜାନୁଆରୀ ୨୬ ରେ ହିଁ ଦେଶ ସ୍ଵାଧୀନ ଲାଭ କରିବାକୁ ଚାହୁଁଥିବା ନେତୃବୃନ୍ଦ ଇଚ୍ଛା ପୂରଣ ନହେବାରୁ ଦେଶ ସମ୍ବିଧାନକୁ ଏହି ଦିନ କାର୍ଯ୍ୟକାରୀ କାରାଯାଇ ସବୁଦିନ ପାଇଁ  ଏକ ସ୍ମରଣୀୟ ଦିବସରେ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଉଛି।

ସ୍ୱାଧୀନତା ଦିବସ ଭଳି ଆଜିର ଏହି ଦିବସ ସାଧାରଣତନ୍ତ୍ର ଦିବସ ବା ଜନରାଜ୍ୟ ଦିବସ,ଏକ ଜାତୀୟ ପର୍ବ ଅଟେ ।  ଯାହାକି ଜାତି ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟ ପାଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ମହା ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି।

          ରାଷ୍ଟ୍ରୀୟ ଏକତାକୁ ମଜବୁତ କରିବା ପାଇଁ  ଭାରତୀୟଙ୍କ ପ୍ରାଣରେ ରାଷ୍ଟ୍ରୀୟଭାବ ଦେଶପ୍ରେମ ଜାଗ୍ରତ କରିବାପାଇଁ ଗଣତନ୍ତ୍ର ଶାସନ ପ୍ରତିଷ୍ଠାର ସ୍ମାରକୀ ଏହି ଜନାରାଜ୍ୟ ଦିବସ  ୧୯୫୦ ଜାନୁଆରୀ ୨୬ ତାରିଖରୁ ବିଦ୍ଧିବଦ୍ଧ ଭାବେ ପାଳନ କରାଯାଇଆସୁଅଛି I

ଆଜିର ପୁଣ୍ୟ ଅବସରରେ ମାତୃଭୂମି ଭାରତ ବର୍ଷକୁ ଉନ୍ନତ ସମୃଦ୍ଧ କରି ଗଢିତୋଳିବାର ସଂକଳ୍ପ ନେବା । ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି ।

ଜୟ ହିନ୍ଦ. . . 

                 ଭାରତ ମାତକି ଜୟ ।

Leave a Reply

Your email address will not be published.